ସୋସିଆଲ୍ ମିଡିଆରେ ଫଲୋଅର୍ସ ସଂଖ୍ୟାରେ ମୋଦୀ ଆଗରେ, ସାପ୍ତାହିକ ଇଣ୍ଟରାକ୍ସନ୍ରେ ରାହୁଲ ଗାନ୍ଧୀଙ୍କ ବାଜିମାତ୍
୫ରୁ ୧୧ ଅକ୍ଟୋବର ୨୦୨୬ର Comscore ତଥ୍ୟ ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ସହ ଜଡ଼ିତ ସୋସିଆଲ୍ ମିଡିଆ ଇଣ୍ଟରାକ୍ସନ୍ ୩.୬୮ କୋଟି, ନରେନ୍ଦ୍ର ମୋଦୀଙ୍କ ପାଇଁ ୨.୦୮ କୋଟି; ଫଲୋଅର୍ସ ଓ ବାସ୍ତବ ରିଚ୍ ମଧ୍ୟରେ ରହିଛି ପାର୍ଥକ୍ୟ
(SDNA) | ନୂଆଦିଲ୍ଲୀ।
ଡିଜିଟାଲ୍ ଯୁଗରେ ରାଜନୈତିକ ନେତାଙ୍କ ଲୋକପ୍ରିୟତା ମାପିବା ପାଇଁ କେବଳ ସୋସିଆଲ୍ ମିଡିଆ ଫଲୋଅର୍ସଙ୍କ ସଂଖ୍ୟା ଯଥେଷ୍ଟ ନୁହେଁ। କୌଣସି ନେତାଙ୍କୁ କେତେ ଲୋକ ଫଲୋ କରୁଛନ୍ତି ଏବଂ ତାଙ୍କ ପୋଷ୍ଟରେ କେତେ ପ୍ରତିକ୍ରିୟା ମିଳୁଛି, ଏହି ଦୁଇଟି ଭିନ୍ନ ମାପଦଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସୋସିଆଲ୍ ମିଡିଆ ସଂଖ୍ୟା ଏହି ପାର୍ଥକ୍ୟକୁ ସାମ୍ନାକୁ ଆଣିଛି।
୫ରୁ ୧୧ ଅକ୍ଟୋବର ୨୦୨୬ ଅବଧିର Comscore India Weekly Social Scorecard ତଥ୍ୟ ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ସହ ଜଡ଼ିତ ସୋସିଆଲ୍ ମିଡିଆ କାର୍ଯ୍ୟକଳାପରେ ମୋଟ ୩,୬୭,୭୭,୦୭୯ ଇଣ୍ଟରାକ୍ସନ୍ ରେକର୍ଡ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୨,୦୭,୮୯,୩୪୮ ରହିଥିଲା। ଅର୍ଥାତ୍, ଉକ୍ତ ସାପ୍ତାହିକ...
